ମୁମ୍ଵାଇ ୨୬।୦୬; ଭାରତୀୟ ସିନେମାର ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ 'ଭୁଲ ଭୁଲେୟାଁ' । ପାର୍ଟ-୧ରେ ଅକ୍ଷୟ କୁମାର ଏବଂ ବିଦ୍ୟା ବାଲନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଏହି ସମୟରେ, କାର୍ତ୍ତିକ 'ଭୁଲ ଭୁଲେୟାଁ -୨' ଏବଂ 'ଭୁଲ ଭୁଲେୟାଁ ୩'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଦର୍ଶକ ଏହି ଦୁଇଟି ଫିଲ୍ମକୁ ବହୁତ ଭଲ ପାଇବା ଦେଇଥିଲେ। ଏହା ସହ କାର୍ତ୍ତିକଙ୍କ ଚରିତ୍ରକୁ ବେଶ୍ ପସନ୍ଦ କରିଥିଲେ । ଏବେ କାର୍ତ୍ତିକ ଏପରି ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା 'ଭୁଲ ଭୁଲେୟାଁ-୪' ବିଷୟରେ ଅନୁମାନ କରାଯାଉଛି ।
କାର୍ତ୍ତିକ ଆର୍ଯ୍ୟନ ଆଗାମୀ ଫିଲ୍ମ 'ତୁ ମେରି ମେ ତେରା ମେ ତେରା ତୁ ମେରି'ର ସିଡ୍ୟୁଲ୍ ଶେଷ କରିବା ପରେ ଇନଷ୍ଟାଗ୍ରାମ୍ ପୋଷ୍ଟ କରିଛନ୍ତି । ରୁହ ବାବା ଲୁକ୍ରେ ପୋଷାକ ପିନ୍ଧି, ହାତରେ ଏକ ଭୂତର କଣ୍ଢେଇ ଧରିଥିବା ନଜର ଆସିଛନ୍ତି । କାର୍ତ୍ତିକ ଏହି ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, 'ଆଇ ଲବୁ ୟୁ' । କାର୍ତ୍ତିକଙ୍କ ଏହି ନୂଆ ଅପଡେଟକୁ 'ଭୁଲ ଭୁଲେୟାଁ ଫ୍ରାଞ୍ଚାଇଜର ପରବର୍ତ୍ତୀ ଫିଲ୍ମ 'ଭୁଲ ଭୁଲେୟାଁ-୪' ସହ ଯୋଡାଯାଉଛି । ହେଲେ ଏପର୍ଯ୍ୟନ୍ତ କୌଣସି କନଫର୍ମମେନସନ୍ ନାହିଁ । କିନ୍ତୁ କମେଣ୍ଟ ବକ୍ସରେ ପ୍ରଶଂସକମାନେ ବହୁତ ଉତ୍ସାହିତ ଦେଖାଯାଉଥିଲେ । ଏହି ଫଟୋ 'ଭୁଲ ଭୁଲେୟାଁ ୪' ବିଷୟରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ।
କାର୍ତ୍ତିକ ବର୍ତ୍ତମାନ କରଣ ଜୋହରଙ୍କ ଫିଲ୍ମ 'ତୁ ମେରି ମେ ତେରା ମେ ତେରା ତୁ ମେରି'ରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ଅନନ୍ୟା ପାଣ୍ଡେଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ସୋମବାର କାର୍ତ୍ତିକ ତାଙ୍କ ଇନଷ୍ଟାଗ୍ରାମରେ ଏହି ଫିଲ୍ମର କ୍ରୋଏସିଆ ସିଡ୍ୟୁଲର ଶେଷ ଘୋଷଣା କରିଥିଲେ । ଫିଲ୍ମଟି ଫେବୃଆରୀ, ୨୦୨୬ରେ ସିନେମା ହଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି ।